କୁମ୍ଭାର ବନ୍ଧର ଶକ୍ତି ପିଠ ଭଟ୍ଟାରିକା ମନ୍ଦିର

  ଓଡ଼ିଶାରେ ଝାରସୁଗୁଡ଼ା ଜିଲ୍ଲା ଖଣିଜ ଶିଳ୍ପ ସମୃଦ୍ଧ ଜିଲ୍ଲା ଭାବେ ବେଶ ପରିଚିତ ଶିଳ୍ପନଗରୀରେ ମାନ୍ୟତା  ପ୍ରାପ୍ତ ଝାରସୁଗୁଡ଼ା ଜିଲ୍ଲା ଅନେକ ପ୍ରାକୃତିକ ଧାର୍ମିକ ସ୍ଥଳ ଗୁଡ଼ିକ ରହିଅଛି ମାତ୍ର ଲୋକଲୋଚନ ଅଭାବରୁ ସେଗୁଡିକ ଜନ ସମୀପରେ ପହଞ୍ଚି ପାରୁ ନାହିଁ ତାହାର ଦୃଷ୍ଟାନ୍ତ ସରୂପ ଝାରସୁଗୁଡ଼ାରେ ଅଷ୍ଟଚଣ୍ଡୀପୀଠ ଅଜ୍ଞାତ ହୋଇ ରହିଅଛି  । ସେଗୁଡିକ ହେଲା ରାମପୁର (ବ୍ରଜରାଜନଗର ) ଶ୍ରୀ ରାମଚଣ୍ଡୀ ଗୁମ୍ଫା ମନ୍ଦିର, ପଦ୍ମପୁର ( ପୁଝାରୀପାଲି ) ଶ୍ରୀ ପଦ୍ମାସିନୀ ମନ୍ଦିର, କୋଲାବୀରା ଦେବୀ  ଭୁବନେଶ୍ଵରୀ ମନ୍ଦିର, ଚନ୍ଦରପୁର ଶ୍ରୀ କାଳିକା ମନ୍ଦିର, ଧୂତୁରାଗଡ ଗଡ଼ ଦେବୀ ପୀଠ, ଝାରସୁଗୁଡାର ଶ୍ରୀ କନକ ଦୁର୍ଗା ମନ୍ଦିର, କୁଅଁରମାଲର ବନଦୁର୍ଗା ପୀଠ ଓ କୁମ୍ଭାରବନ୍ଧର ଭଟ୍ଟାରିକା ମନ୍ଦିର । ଏସବୁ ଶକ୍ତି ପୀଠ ମଧ୍ୟରେ ଶ୍ରୀ ଭଟ୍ଟାରିକା ମନ୍ଦିର ଅନ୍ୟତମ ପ୍ରସିଦ୍ଧ  ଶକ୍ତିପୀଠ ରୂପେ ପରିଚିତ ।

 

ଝାରସୁଗୁଡ଼ା ଜିଲ୍ଲାର ସଦର ମହକୁମାଠାରୁ ପ୍ରାୟ ୪୦ କିଲୋ ମିଟର ଦୂରତା ତିଲିଆ ଗ୍ରାମ ପଞ୍ଚାତର ଅନ୍ତର୍ଗତ  କୁମାର ବନ୍ଧ ନାମ ଏକ ପ୍ରାଚୀନ  ଗ୍ରାମ ଅବସ୍ଥିତ । ଅତୀତରେ ଏହି ଗ୍ରାମରେ ଅନେକ କୁମ୍ଭାର ସମ୍ପ୍ରଦାୟର ଲୋକମାନେ ବସବାସ କରି ଅନେକ ବନ୍ଧ ବା ପୁଷ୍କରିଣୀ ନିର୍ମାଣ କରିଥିବେ। ସମ୍ଭବତ ସେଇଥିପାଇଁ ଏହି ପଲ୍ଲୀର ନାମକରଣ  କୁମ୍ଭାରବନ୍ଧ ହୋଇଛି ।   ଏହି ଗ୍ରାମରେ ଯାତୁକର୍ଣ୍ଣ ଗୋତ୍ରୀୟ ଆରଣ୍ୟକ ବ୍ରାହ୍ମଣ  ସମ୍ପ୍ରଦାୟର ପରିବାର ବାସ କରୁଛନ୍ତି । ଏମାନଙ୍କ ଇଷ୍ଟଦେବୀ  ଭଟ୍ଟାରିକାଙ୍କୁ ଗ୍ରାମ ଉପକଣ୍ଠରେ ଥିବା ଗୋଟିଏ କ୍ଷୁଦ୍ର ପାହାଡ଼ ଶୀର୍ଷରେ ମନ୍ଦିର ତିଆରି କରାଯାଇ ପୂଜା ଉପାସନା କରାଯାଉଛି ।

 

( ଭଟ୍ଟାରିକା ମନ୍ଦିର )

ଇତିହାସ

ଶକ୍ତିପୀଠ ବିଷୟରେ ଅଧ୍ୟୟନ କଲେ ଜଣାଯାଏ ଯେ ,ଦଣ୍ଡକାରଣ୍ୟରେ ବାସ କରୁଥିବା ମହର୍ଷି ଅଗସ୍ତ୍ୟ କୁମ୍ଭାର ବନ୍ଧର ଯାତୁକର୍ଣ୍ଣ ଗୋତ୍ରୀୟ ବ୍ରାହ୍ମଣମାନଙ୍କର ପୂର୍ବଜ ଅଟନ୍ତି ଯାତୁ କର୍ଣ୍ଣ ବ୍ରାହ୍ମଣମାନଙ୍କ ବଂଶଜ ବିଷ୍ଣୁ ଶର୍ମଣ ପଣ୍ଡା ବୌଦ୍ଧ ରାଜ୍ୟର ମହାନଦୀ ଉପକୂଳରେ ଅବସ୍ଥିତ ସୂର୍ଯ୍ୟ- ଭଟ୍ଟାରିକାଙ୍କୁ ଇଷ୍ଟଦେବତା ରୂପେ ପୂଜା ଅର୍ଚ୍ଚନା  କରୁଥିଲେ  ପୂର୍ବେ ରାଜୋପାଧିକ ପ୍ରାପ୍ତ ବିଷ୍ଣୁ ଶର୍ମଣ ପଣ୍ଡା କୌଳିକ ଯଜ୍ଞାନୁଷ୍ଠାନ କରି  ନିଜର ଭରଣ ପୋଷଣ  କରୁଥିଲେ କାଳକ୍ରମେ ସମ୍ବଲପୁର ରାଜାଙ୍କ ସାଦର ଆମନ୍ତ୍ରଣରେ ସମ୍ବଲପୁର ଆଗମନ କରିଥିଲେ ସମ୍ବଲପୁରରେ ଅତିବାହିତ କରିବା ସମୟରେ ତାଙ୍କର ଧର୍ମ ପତ୍ନୀ ଗର୍ଭବତୀ ହୋଇଥିଲେ   ତାଙ୍କ ଧର୍ମ ପତ୍ନୀ ଗର୍ଭବତୀ ଥିବା ସମୟରେ  ତାଙ୍କର ହଠାତ୍ ମୃତ୍ୟୁ ବରଣ ଘଟିଥିଲା   ଅସହାୟ ବିଧବା ପତ୍ନୀ କୁମ୍ଭାର ବନ୍ଧ ପଶ୍ଚିମରେ ଥିବା ସମଲାଇଟିକ୍ରା  ନାମକ ଅଖ୍ୟାତ ପଲ୍ଲୀର ଅଧିବାସୀ ଦୟାନିଧି କୁମ୍ଭାର ନାମକ ଜଣେ ଶୁଦ୍ର ପରିବାର କୁଟୀରରେ ଆଶ୍ରୟ ନେଇଥିଲେ  କିଛି ମାସ ମଧ୍ୟରେ ବ୍ରାହ୍ମଣୀ ଗର୍ଭରୁ ବଂଶରକ୍ଷା ସ୍ୱରୂପ  ପୁତ୍ର ସନ୍ତାନ ଜାତ ହୋଇଥିଲା ବ୍ରାହ୍ମଣୀଙ୍କ ଏକ ମାତ୍ର ପୁତ୍ର  ଆୟୁଷ ବୃଦ୍ଧି ଘଟି 'ଅଇଁଠା' ପଣ୍ଡା ନାମରେ ସୁପରିଚିତ ହୋଇଥିଲା 

 

ଖ୍ରୀଷ୍ଟୀୟ ଏକାଦଶ ଶତାବ୍ଦୀରେ ମଧ୍ୟ ଭାଗ ଭାରତର ଡାହାଳ କଲାଚୁରୀ ବଂଶୀୟ ରାଜା ଗାଙ୍ଗେୟ ଦେବ ଉତ୍କଳର ସୋମବଂଶୀ ରାଜା ଯଯାତି ମହାଶିବଗୁପ୍ତ ( ଦ୍ଵିତୀୟ )ଙ୍କ ରାଜ୍ୟ ଆକ୍ରମଣ କରିଥିଲେ । ରାଜା ଗାଙ୍ଗେୟ  ସାମନ୍ତ ରାଜ୍ୟ ଦ୍ଵାରା  ତୁଶାନ ଓ ତ୍ରିପୁରୀ   ଏହି ଯୁଦ୍ଧରେ ସମ୍ମିଳିତ ହୋଇଥିଲେ । ଦକ୍ଷିଣ କୋଶଳ ଅନ୍ତର୍ଗତ ‘ତୁମ୍ମାନ’ ରାଜ୍ୟର  ସାମନ୍ତ ରାଜା କମଳରାଜ ( ୧ ୦ ୨୦ ୧୦୪୫ ଖ୍ରୀ )ଉଭୟ ତୁଶାନ ଓ ତ୍ରିପୁରୀ ସୈନ୍ୟବାହିନୀର ନେତୃତ୍ଵ  ନେଇଥିଲେ   । ଗାଙ୍ଗେୟ ଦେବଙ୍କ ଉପୋରୋକ୍ତ ସାମନ୍ତ ରାଜାମାନେ ଉତ୍କଳର ସୋମବଂଶୀ ରାଜା ଯଯାତି ( ଦ୍ୱିତୀୟ )ଙ୍କ ସାମ୍ରାଜ୍ୟର କୋଶଳ  ଖଣ୍ଡ  ଉପରେ ଆକ୍ରମଣ କରି କୋଶଳ ଖଣ୍ଡ ଅଧିକାର କରି ପକାଇଥିଲେ ।  ଯୁଦ୍ଧରେ ଅର୍ଜିତ ଭୂଖଣ୍ଡ  ଏବଂ ଅସଂଖ୍ୟ ଗଜ ରାଜା ଗାଙ୍ଗେୟ ଦେବଙ୍କୁ ସମର୍ପଣ କରିଥିଲେ ।

 

ପିତା ଗାଙ୍ଗେୟ ଦେବଙ୍କ ମୃତ୍ୟୁ ପରେ  ତାଙ୍କ ପୁତ୍ର ମୁଗଧତୁଙ୍ଗ ରାଜ ସିଂହାସନରେ ଅଭିଷିକ୍ତ ହୋଇଥିଲେ ।  ସେ ପିତାଙ୍କ ପରି ଉତ୍କଳର ସୋମବଂଶୀ ରାଜା ଯଯାତି ଶିବଗୁପ୍ତ ( ଦ୍ବିତୀୟ )ଙ୍କ ସାମ୍ରାଜ୍ୟ ଉପରେ ଆକ୍ରମଣ କରି ସମୁଦ୍ର ଉପକୂଳ ଅନେକ ଅଞ୍ଚଳ ଅଧିକାର କରିବାରେ ସକ୍ଷମ  ହୋଇଥିଲେ । ତ୍ରିପୁରୀର କଲଚୂରୀ ରାଜା ଗାଙ୍ଗେୟ ଦେବଙ୍କ ପରେ ତାଙ୍କ ପୁତ୍ର ମୁଗ୍ଧତୁଙ୍ଗ ରାଜ ସିଂହାସନରେ ଅଭିଷିକ୍ତ ହୋଇଥିଲେ ଏବଂ ପିତାଙ୍କ ପରି ସେ ମଧ୍ୟ ଉତ୍କଳ ଆକ୍ରମଣ କରି ସୋମବଂଶୀ ରାଜା ଯଯାତି ଶିବଗୁପ୍ତ ( ଦ୍ବିତୀୟ ) ଙ୍କ ସାମ୍ରାଜ୍ୟର ସମୁଦ୍ର ଉପକୂଳବରୀ ଅନେକ ଅଞ୍ଚଳ ଅଧିକାର କରିନେଇଥିଲେ । ବଡମ୍ବାର ମହାନଦୀ ଅବବାହିକାରେ  କଲାଚୁରୀ ରାଜତ୍ଵକାଳୀନ କେତୋଟି  ସ୍ଵର୍ଣ୍ଣ ମୁଦ୍ରା ଉଦ୍ଧାର କରାଯାଇଛି, ଯାହା ଘଟଣାର ପ୍ରମାଣ ରୂପେ ଗ୍ରହଣ କରାଯାଇ ପାରେ ।  ବଡ଼ମ୍ବାର ମହାନଦୀ କୂଳରେ  ଏହି ପ୍ରାଚୀନ ଶକ୍ତି ପିଠ ତ୍ରିପୁରୀର କଲାଚୁରୀ ବଂଶୀୟ ରାଜା ମୁଗଧତୁଙ୍ଗ  ନିର୍ମାଣ କରିଥିଲେ ବୋଲି ଅନୁମାନ  କରାଯାଏ । ସେ ମାଁଙ୍କ ପରମ ଭକ୍ତ ଥିଲେ ଏବଂ ମନ୍ଦିରରେ ଦେବୀ ଭଟ୍ଟରିକାଙ୍କ ପୂଜା ସେବାର ବ୍ୟବସ୍ଥା ମଧ୍ୟ କରାଇଥିଲେ 


ଏହି ପ୍ରାଚୀନ ଶକ୍ତିପୀଠରେ ଭଟ୍ଟାରିକା ମନ୍ଦିର ନିର୍ମାଣ କରି ଦେବୀଙ୍କ ପୂଜାର୍ଚ୍ଚନା ବ୍ୟବସ୍ଥା କରାଇଥିଲେ ବୋଲି ଅନୁମାନ କରାଯାଏ । ଏହି ଶକ୍ତି ପୀଠରେ ଭୌମକର ଓ ସୋମ ବଂଶୀ ର ସାମନ୍ତ ରାଜା ମାନେ  ଦେବୀ ଭଟ୍ଟାରିକାଙ୍କୁ ନିଜ ଇଷ୍ଟଦେବୀ ରୂପେ ପୂଜା  ଉପାସନା କରି ପରମ ଭଟ୍ଟାରିକ ଉପାଧି ଗ୍ରହଣ କରିଥିଲେ । ସମ୍ଭବତଃ ଏହି ଗୋତ୍ରୟ ବ୍ରାହ୍ମଣମାନେ ଦଣ୍ଡକାରଣ୍ୟରୁ ଆସି ଓଡ଼ିଶାରେ ସର୍ବପ୍ରଥମେ ବଡ଼ମ୍ବା ଅଞ୍ଚଳରେ ବସବାସ ଆରମ୍ଭ କରିଥିଲେ   କଟକ ଜିଲ୍ଲାର ବଡ଼ମ୍ବା ନିକଟରୁ ମାତ୍ର ଛଅ ମାଇଲ ବ୍ୟବଧାନରେ ମହାନଦୀ କୂଳରେ ଦେବୀ ଭଟ୍ଟାରିକାଙ୍କ ପ୍ରାଚୀନ ଶକ୍ତିପୀଠ ଅବସ୍ଥିତ


ଏହିପରି ଭାବରେ ଦଣ୍ଡକାରଣ୍ୟର ଯାତୁ କର୍ଣ୍ଣ ଗୋତ୍ରୀୟ ଆରଣ୍ୟକ ବ୍ରାହ୍ମଣମାନଙ୍କ ବଂଶଧର ଯଥାକ୍ରମେ ବଡମ୍ବା , ବୌଦ୍ଧ , ସମ୍ବଲପୁର ଅତିକ୍ରମ କରି କୁମ୍ଭାରବନ୍ଧର ଏହି ଅଖ୍ୟାତ  ପଲ୍ଲୀ ମାଟିରେ ପାଦ ଦେଇଥିଲେ । ଫଳ ସ୍ଵରୂପ  ତାଙ୍କ ପୁତ୍ର , ପୌତ୍ରାଦି ଜନ୍ମ ହୋଇ ବଂଶବୃଦ୍ଧି ଘଟିଥିଲା । ତେଣୁ 'ପଣ୍ଡା’ ସଂଜ୍ଞା ଧାରୀ ଏହି ଆରଣ୍ୟକ ବ୍ରାହ୍ମଣମାନେ ନିଜ ପୂର୍ବପୁରୁଷଙ୍କ ଇଷ୍ଟଦେବୀ ଭଟ୍ଟାରିକା ପ୍ରତିମା ସ୍ଵଗୃହରେ ସ୍ଥାପନ କରି ନିୟମିତ ପୂଜା ଉପାସନା କରୁ ଥିଲେ ।

( ପ୍ରବେଶ ଦ୍ଵାର )

ନିର୍ମାଣ

ଅନେକ ବର୍ଷ ଧରି ଗ୍ରାମ ବାସୀ ମନ୍ଦିର ନିର୍ମାଣ ପାଇଁ ଉଦମ୍ୟ କଲା ପରେ, ଲଖନପୁର ବ୍ଲକର ତତ୍କାଳୀନ ଚେୟାରମ୍ୟାନ୍ ଶ୍ରୀ ଗିରିଧାରୀ ପଣ୍ଡା ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ । ୧୯୮୫ ମସିହାରେ ଭୂମି ପୂଜା କରାଯାଇଥିଲା ଏବଂ ସ୍ୱର୍ଗତ ରବୀନ୍ଦ୍ର କୁମାର ପଣ୍ଡାଙ୍କ ଦ୍ୱାରା ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଥିଲା।  କୁମ୍ଭାରବନ୍ଧ ଗ୍ରାମର  ପୂର୍ବପ୍ରାନ୍ତରେ ଥିବା କ୍ଷୁଦ୍ର ପାହାଡ଼ ଉପରେ ୧୯୯୩ ମସିହାରେ ନୂତନ ମନ୍ଦିର ପ୍ରତିଷ୍ଠା କରାଯାଇଥିଲା । ମନ୍ଦିର  ସମ୍ପୂର୍ଣ୍ଣ ନିର୍ମାଣ ପାଇଁ ପ୍ରାୟ ୧୨ ବର୍ଷ ସମୟ ଲାଗିଥିଲା । ମନ୍ଦିରଟି ଆଧୁନିକ ମନୋରମ ଶୈଳୀରେ ନିର୍ମିତ  ହୋଇଛି  । ମନ୍ଦିର ଗର୍ଭଗୃହ ଭିତରେ  ଶଙ୍ଖ ମର୍ମର ପ୍ରସ୍ତର ପ୍ରତିମା ଦେବୀ ଭଟ୍ଟାରିକା ଉତ୍ତରମୁଖୀ ଭାବରେ ପଦ୍ମ ଉପରେ ବିରାଜିତ ହୋଇଅଛନ୍ତି । ୧୪ ଏପ୍ରିଲ୍ ୧୯୯୪ରେ ଦେବୀ ସେବା ପୂଜା ଆରମ୍ଭ କରାଯାଇଥିଲା ।  ତେବେ ମନ୍ଦିର ନିର୍ମାଣ ପାଇଁ ପଣ୍ଡା ବ୍ରାହ୍ମଣ ସମ୍ପ୍ରଦାୟ ମଧ୍ୟ ଆବଶ୍ୟକୀୟ ଅର୍ଥ ସାହାଯ୍ୟ ଦେଇଥିଲେ । ଏହି ମନ୍ଦିର ପରିଚାଳନା କମିଟିରେ ସଭାପତି ଏବଂ ସଂପାଦକ ରୂପେ ଯଥାକ୍ରମେ - ଗିରୀଶ ରଞ୍ଜନ ପଣ୍ଡା ଏବଂ ସଂଜୀବ ପଣ୍ଡା ଦାୟିତ୍ଵ ବହନ କରି ଅଛନ୍ତି । ଏହା ବ୍ୟତୀତ ସଂପୃକ୍ତ ପଣ୍ଡା ପରିବାରର ଝାରମୁଣ୍ଡା ଗ୍ରାମ ସ୍ଥିତ ଇଜ୍‌ମାଇଲି ଜମିରୁ ପ୍ରାୟ ୨ ଏକର ଜମି ମନ୍ଦିରର ଭୋଗ ଏବଂ ସେବା କାର୍ଯ୍ୟ ବାବଦକୁ ଦେଇଛନ୍ତି  । ମନ୍ଦିର ପୂର୍ବ ପାର୍ଶ୍ଵରେ  ଭଗବାନ  ଶିବ ଏବଂ ପଶ୍ଚିମ ପାର୍ଶ୍ଵରେ ଶ୍ରୀ ହନୁମାନ  ସ୍ଵତନ୍ତ୍ର ଭାବରେ ମନ୍ଦିର ପ୍ରତିଷ୍ଠିତ ହୋଇଛି । କୁମ୍ଭାର ବନ୍ଧ  ବାସିନ୍ଦା ଉତ୍କଳୀୟ ଭରଦ୍ଵାଜ ଗୋତ୍ରୀୟ ବ୍ରାହ୍ମଣ ଚିନ୍ତାମଣି ଦାଶକ ବଂଶଧର ପୂର୍ଣ୍ଣଚନ୍ଦ୍ର ଦାଶ ( ୪୦ବର୍ଷ ) ଗତ କିଛିବର୍ଷ ହେଲା ଏହି ଭଟ୍ଟାରିକା ମନ୍ଦିରର ପୂଜକ ରୂପେ ସେବାପୂଜା ଦାୟିତ୍ଵ ନିର୍ବାହ କରି ଆସୁଥିଲେ 

( ଦେବୀ ଭଟ୍ଟାରିକା )


ପୂଜା  ଉତ୍ସବ

କୁମ୍ଭାରବନ୍ଧର ଏହି ଶକ୍ତି ପୀଠରେ ପ୍ରତ୍ୟହ ସକାଳ ୬ଟାରୁ ଦିନ ୧୧ ଟା ପର୍ଯ୍ୟନ୍ତ ଏବଂ ସନ୍ଧ୍ୟା  ୫ ଟା ରୁ ୮ଟା ପର୍ଯ୍ୟନ୍ତ ଦେବୀଙ୍କର ପୂଜାର୍ଚ୍ଚନା କରାଯାଏ। ପ୍ରତ୍ୟେକ ମଙ୍ଗଳବାର ଦିନ ଦେବୀ ଭଟ୍ଟାରିକାଙ୍କର ସୁନାବେଶ ସମ୍ପନ୍ନ ହୁଏ । ଶାରଦୀୟ କୃଷ୍ଣ ପକ୍ଷ ଅମାବାସ୍ୟାଠାରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ ଏହି ଶକ୍ତିପୀଠରେ ଦେବୀଙ୍କ ବିଶେଷ ପୂଜା ମହୋତ୍ସବ ଆୟୋଜିତ ହୋଇଥାଏ । ଏହା ବ୍ୟତୀତ ଚୈତ୍ରମାସ ପୂର୍ଣ୍ଣିମା ତିଥିରେ ଭଟ୍ଟାରିକା ମନ୍ଦିରରେ ଶ୍ରୀ ଚଣ୍ଡୀ ପାଠ କରାଯାଇଥାଏ  । ଏଠାରେ ଚୈତ୍ର ମେଳା ଆୟୋଜିତ ହୋଇଥାଏ , ଏହି ଅବସରରେ ପାର୍ଶ୍ୱବର୍ତ୍ତୀ ଗ୍ରାମାଞ୍ଚଳରୁ ହଜାର ହଜାର ଭକ୍ତ ନରନାରୀ ଦେବୀଙ୍କ ଦର୍ଶନ ପାଇଁ ଏଠାରେ ସମବେତ ହୁଅନ୍ତି । ଏହି  ଶକ୍ତି ପୀଠ ବିଶେଷତା ହେଉଛି , ପଶୁ ବଳି ଏଠାରେ ଦିଆ ଯାଏ ନାହିଁ ।  ମନ୍ଦିରର ଚତୁର୍ଦ୍ଦିଗ  ସମସ୍ତଙ୍କୁ ଉତ୍କୃଷ୍ଟ  କରେ ଏବଂ ପୀଠର ଶାନ୍ତ ପରିବେଶ  ଭକ୍ତମାନଙ୍କୁ  ଆକର୍ଷିତ କରିଥାଏ |


ଏହି ଶକ୍ତିପୀଠର ଅଧିଷ୍ଠାତ୍ରୀ ଦେବୀ ଭଟ୍ଟାରିକା ଅତ୍ୟନ୍ତ ପ୍ରତ୍ୟକ୍ଷ   ଦେବୀ ଭକ୍ତ ମାନଙ୍କର ଦୁଃଖ   ହରଣ କରିବା ସହିତ ତାଙ୍କ ମନସ୍କାମନା ପୂରଣ କରିଥାନ୍ତି  ତେଣୁ ଭକ୍ତମାନଙ୍କର ଦେବୀଙ୍କ ପ୍ରତି ଗଭୀର ଶ୍ରଦ୍ଧା ଏବଂ ଅଟଳ ବିଶ୍ଵାସ ସରୂପ ଏହି ପୀଠକୁ ବହୁ ଦୂର ଦୂରାନ୍ତ ଅଞ୍ଚଳରୁ ଭକ୍ତ ନରନାରୀ  ଅଭିଷ୍ଟ ସିଦ୍ଧି ଲାଭ ପାଇଁ ଆସନ୍ତି  ଏହି ମନ୍ଦିର ପରିସରରେ ବର୍ଷର ବିଭିନ୍ନ ସମୟରେ ବ୍ରାହ୍ମଣ ସମାଜର ବ୍ରତ ଉପନୟନ ସମ୍ପନ୍ନ ହୋଇଥାଏ

 

କିପରି ପହଞ୍ଚିବେ

ଦେବୀ ଭଟ୍ଟାରିକାଙ୍କ କରୁଣା ଏବଂ ଆଶୀର୍ବାଦରୁ ଭକ୍ତଜନମାନଙ୍କର ଅଭିଷ୍ଟ ପୂରଣ ହୋଇଥାଏ ତେଣୁ ନିଶ୍ଚିତ ରୂପେ ମାଁଙ୍କ ଦର୍ଶନ କରି ଆଶିଷ ଲାଭ କରନ୍ତୁ କୁମ୍ଭାରବନ୍ଧ ଗ୍ରାମ ଝାରସୁଗୁଡ଼ା ଜିଲ୍ଲା ମାତ୍ର ୪୦ କିଲୋମିଟର ଦୂରତାରେ  ଅବସ୍ଥିତ ଗ୍ରାମର ଏକ କ୍ଷୁଦ୍ର ପାହାଡ଼ ଉପରେ ମାଁ ଭଟ୍ଟାରିକାଙ୍କ ମନ୍ଦିର ସ୍ଥାପନ କରାଯାଇଛି ଝାରସୁଗୁଡ଼ା ବସ ଷ୍ଟାଣ୍ଡ ରୁ କୁମ୍ଭାରବନ୍ଧକୁ ପ୍ରତିଦିନ ରୁ ବସ ଯିବା ଆସିବା କରେ ଅଥବା ଝାରସୁଗୁଡ଼ା ସହରରେ ଗାଡ଼ି ଭଡ଼ାରେ ନେଇ କିମ୍ବା ନିଜ ଗାଡ଼ିରେ ଅତି ଶୀଘ୍ର ଗ୍ରାମକୁ  ପହଞ୍ଚି ମାଁଙ୍କ ଦର୍ଶନ କରି ପାରିବେ

                  -:( ଧ୍ୟାନ ଦେବା ପାଇଁ ଧନ୍ୟବାଦ ):-

....................................................................................

ଲେଖକ :- ରୋହିତ କୁମାର ଲୋହରା

           ପୁରୁଣାବସ୍ତି , ଝାରସୁଗୁଡ଼ା

ଲେଖନୀରେ ସହାୟକ :- ଗୋବିନ୍ଦ ଚନ୍ଦ୍ର ତ୍ରିପାଠୀ

                             ପୁରୁଣାବସ୍ତି, ଝାରସୁଗୁଡ଼ା

କୁମ୍ଭାରବନ୍ଧର ଶକ୍ତ ଭଟ୍ଟାରିକା ମନ୍ଦିର

ଏଇ ଭଟ୍ଟାରିକା ମନ୍ଦିର ଅବସ୍ଥିତି ତଳେ ଦିଆ ଯାଇଛି , ଦେଖି ନିଅନ୍ତୁ


Bhattarika Temple

Unnamed Road, Kumbharbandh, Odisha 768234

https://maps.google.com/?cid=4592848103514601960&entry=gps



Comments